Blog

ବୁଝା ମଣା

ବୁଝା ମଣା

ସୁରେଶ୍ ତ୍ରିପାଠୀ


ମାଆ ମାଆ……
ହୃଦୟ ଭିତରର ସବୁ ଉଦବେଳନ କୁ ଜାବୁଡି ଧରି ଘର ଭିତରକୁ ପଶି ଆସିଲା ରାକେଶ । ମନ୍ ଭିତରେ ଥିଲା ଖୁବ୍ ଅନ୍ତରଙ୍ଗତା।ଅନେକ ଦିନ ପରେ ସେ ଘରକୁ ଫେରୁଛି। ମନେ ପଡ଼ି ଯାଉଥିଲା ଅନେକ କଥା । ଖରାବେଳେ ଖାଇ ସାରି ମାଆ ପଣତରେ ହାତ ନ ପୋଛିଲେ ତାକୁ ଖୁବ୍ ଅଶାନ୍ତି ଲାଗୁ ଥିଲା । ମାଆ ବାଢ଼ି ନ ଦେବା ଯାଏ ସେ ଖାଇବାକୁ ବସେ ନାହି । ଶୋଷ ନ ଥିଲେ ବି ସେ ମାଆ କୁ ପାଣି ମାଗୁ ଥିଲା ପିଇବାକୁ ।ମା ବି ସେମିତି ..। ଟିକିଏ ଖାଇବା ଜିନିଷ ପାଇଲେ ସାଇତି ରଖି ଥାଏ ପୁଅ ପାଇଁ। ସେ ଦିନ କୁଆଡେ ଗଲା ।ସେହି ଦିନର ସ୍ମୃତି ସବୁ ରାକେଶ ଭିତରେ ଗୁଞ୍ଜରଣ ସୃଷ୍ଟି କରୁ ଥିଲା । ହେଲେ ଆଜି ମା ଅସୁସ୍ଥ । ସେ ଦେଖିଲା ମା ଖଟ ଉପରେ ପଡ଼ି ଛନ୍ତି ନିସ୍ତେଜ୍ ହେଇ । ସେ ବ୍ୟତି ବ୍ୟସ୍ତ ହୋଇ ପଡ଼ିଲା । ମାଆ ମାଆ ଚିତ୍କାର କରି ଉଠିଲା । ପାଖରେ ଠିଆ ହୋଇ ମାର ମୁଣ୍ଡ ଉପରେ ହାତ ରଖିଲା । ଚମକି ପଡ଼ିଲା ରାକେଶ । ମାଆ ଦେହରେ ବହୁତ୍ ତାତି। ପୁଣି ମା ବୋଲି ଡାକିଲା । ମାଆ ଏଥର ଟିକିଏ ଆଖି ଖୋଲି ଦେଖିଲେ । ମୁହଁରେ ଅସ୍ପଷ୍ଟ ହସ ଭିତରେ ଆଖିଲେ ଲୁହ ଆସି ଗଲା । ହାତ ଠାରି କହିଲେ ପାଖରେ ବସ। ରାକେଶ ନିଜକୁ ନିୟନ୍ତ୍ରଣ ଭିତରେ ରଖି ପାରିଲା ନାହି । ମାଆ କୁ ଜାବୁଡ଼ି ଧରିବାକୁ ଚେଷ୍ଟା କଲା ବେଳେ ତାର ମନେ ପଡ଼ିଲା ସାଳାଇନ ଲାଗିଛି ମା ଦେହରେ । ସେ ନିଜକୁ ସଂଯତ କରି ନେବା ବେଳକୁ ତାର ଆଖି ଲୁହରେ ଓଦା ହୋଇ ଯାଇ ଥିଲା ।

\"\"

ବିଛଣା ପାଖରେ ଚେୟାର ଟିଏ ପକାଇ ବସି ପଡ଼ିଲା ସେ। ମନ୍ ଭାରାକ୍ରାନ୍ତ ହେଲା । ପୁରା ଘର ନିସ୍ତେଜ୍ ।କେହି ନାହାନ୍ତି ।ବାପା କୁଆଡେ଼ ଔଷଧ ଆଣିବାକୁ ଯାଇଛନ୍ତି । ସାନ ଭଉଣୀ ମାକୁ ଦେଖିବାକୁ ଆସିଛି। ଏଇଠି ଅଛି ତିନି ଦିନ ଧରି । ସେ ସୁଦୂର ବମ୍ବେ ରୁ ଆସିଛି । ଏକା ଏକା ଘରୁ ବାହାରିଲା ବେଳେ ତାର ପୁଅ କହିଲା ବାପା ଶୀଘ୍ର ଫେରି ଆସିବ । ବୁଢ଼ୀ ମା ଙ୍କ ଦେହ ଯଦି ଅଧିକ ଖରାପ ଥିବ ତାଙ୍କୁ ସାଙ୍ଗରେ ନେଇ ଆସିବ । ରାକେଶ ପୁଅ ଭିତରେ ଥିବା ବୁଢ଼ୀ ମା ପ୍ରତି ଭଲପାଇବା ଦେଖି ଆସିଲା ବେଳେ ଭାବୁ ଥିଲା ଦୁନିଆ ଟା ନିହାତି ଗୋଟିଏ ଗୋଲକ ଧନ୍ଦା । ଏତିକି ବେଳେ ମା କଡ ଲେଉଟାଇ ଦେଖିଲେ ରାକେଶ ପାଖରେ ପଡ଼ିଛି । ଅସ୍ପଷ୍ଟ ଡାକରେ ଘରର ନୀରବତା କୁ ଭାଙ୍ଗିଲେ । ରାକେଶ ମୁହଁରେ ହସ ଫୁଟିଲା । ସେ ବହୁତ୍ ଖୁସି ହୋଇ ପଚାରିଲା ମାଆ ଦେହ ଭଲ ଲାଗୁଛି ତ?
ଚେନାଏ ହସର ପାଖୁଡ଼ା ମାଙ୍କ ମୁହଁରେ ଲାଖି ଆସିଲା । କେବଳ ମୁଣ୍ଡ ଟୁଙ୍ଗାରି ଜବାବ ଦେଲ \” ହଁ \”। ଗ୍ଲାସ୍ ରେ ଟିକେ ପାଣି ପିଇବାକୁ ଠାରିଲେ ଭାନୁପ୍ରୀୟା ଦେବୀ।


ସେ ସେହି ଅଞ୍ଚଳରେ ଗୁରୁ ମା ଭାବରେ ଖୁବ୍ ପରିଚିତା। ନିଜ ଗାଁ ସ୍କୁଲରେ ଢେର୍ ଦିନ ପାଠ ପଢ଼ାଇବା ପରେ ମଝିରେ ବଦଳି ହୋଇ ଜିଲ୍ଲା ସ୍କୁଲ କୁ ଯାଇ ଥିଲେ। ସେଠାରେ ସେ ଅବସର ଗ୍ରହଣ କଲେ । ସେ ଖୁବ୍ ଭଦ୍ର ଆଉ ନମ୍ର ଥିଲେ । ତାଙ୍କର ଶାନ୍ତ ସ୍ଵଭାବ ଲୋକମାନଙ୍କୁ ତାଙ୍କ ପ୍ରତି ଖୁବ୍ ଆଦର ସୃଷ୍ଟି କରି ଥିଲା । ପାଣି ପିଇବା ପରେ ସେ ମୁଁହ ଉଠାଇ ପଚାରିଲେ ମୈତ୍ରୀ କେମିତି ଅଛି ?

\"\"


ରାକେଶ ଆଶ୍ଚର୍ୟ୍ଯ ହୋଇଗଲା । ମୈତ୍ରୀ ମାଙ୍କୁ ଜମା ଭଲ ପାଏ ନାହି । ତାର ଗାଁ କୁ ଆସିବାକୁ ଇଚ୍ଛା ନ ଥାଏ । ମା ଙ୍କ ନା ଶୁଣିଲେ ସେ ଚିଙ୍କି ଉଠେ। ପାଞ୍ଚ ବର୍ଷ ହେଲାଣି ସେ ଗାଁ କୁ ଆସି ନାହି । ମାତ୍ର ମା ତାକୁ ଜମା ପଛରେ ପକାଇ ଦେଇ ନାହାନ୍ତି । ରାକେଶ ଉତ୍ତର ଦେଲା ତୁ ତା କଥା କାହିଁକି ପଚାରୁଚୁ। ସେ ତ ତୋତେ ଦେଖିବାକୁ ଆସିଲା ନାହି। ମାଆ ହସିଲେ । ସେ ପାଗଳି ଟା। ସେ ବଡ ହେଲେ ବୁଝିବ । ଦୁନିଆ କଣ ? ମୋ ପାଇଁ ତାର ଭିତରେ ଆଦର୍ ଯତ୍ନ ବଢିବ । ସେ ଭଲ ପିଲା ।
ରାକେଶ ଆଶ୍ଚର୍ୟ୍ଯ ହୋଇଗଲେ ।ମା ସବୁ ବେଳେ ଏମିତି । କେବେ ବୋହୂ କୁ ତଳେ ପକାଇ ଦେଇ ନାହାନ୍ତି ମାତ୍ର ବୋହୂ ଶାଶୁକୁ ଟିକେ ଦେଖିବା ପାଇଁ ନାରାଜ ।

\"\"


ସନ୍ଧ୍ୟା ଯାଇ ରାତି ହେଲା । ବାପା ଔଷଧ ଧରି ଘରକୁ ଫେରିଲେ । ଖିଆ ପିଆ ପରେ ଭାଇ ଭଉଣୀ ବାପା ବସି ସ୍ଥିର କଲେ ମାଙ୍କୁ ଘରୋଇ ନର୍ସିଂ ହୋମ କୁ ନିଆଯିବ । ଘରେ ଅଭାବ ନ ଥିଲା । ମାଆ ବାପା ଉଭୟ ବି ପେନସନ ପାଉ ଥିଲେ । ମାତ୍ର ସେମାନଙ୍କ କଥା ବୁଝିବା ପାଇଁ ଘରେ କେହି ଲୋକ ନାହାନ୍ତି। ଘରେ ଚଇତା କୋଠିଆ କାମ କରେ । ପନି ପରିବା ଔଷଧ ସବୁ କଥା ସେ ବୁଝେ। ଏତେ ବଡ ଘରଟାରେ ବାପା ବୋଉ ଦୁଇ ଜଣ ବୟସ୍କ ମଣିଷ । ଆଉ ଚାରିଆଡ଼େ ସବୁଦିନ ସୂନ ସାନ।

ରାତି ହେଲା ଗଭୀର । ରାକେଶ ମା ପାଖରେ ଗୋଟିଏ ଫୋଲ୍ଡିଂ ଖଟ ପକାଇ ଶୋଇଲା । ମାଆ ଉପରେ ହାତ ରଖି ଭାବୁ ଥିଲା ସେହି ଅତୀତ କୁ …..

ମୈତ୍ରୀ କୁ ବିବାହ କରିବା ପାଇଁ ସେ ଜିଦ୍ ଧରି ବସିଲା । ମାଆ ତାର ପ୍ରସ୍ତାବ ରେ ରାଜି ନ ଥିଲେ । ଗୋଟିଏ ପୁଅ ଯେହେତୁ ବାପା ରାକେଶ କୁ କିଛି କୁହନ୍ତି ନାହି । ମାଆ ଚାହୁ ଥିଲେ ଭଲ ଝିଅ ଟିଏ ମିଳିଲେ ଘରେ ରହିବ । ଶାଶୁ ଶ୍ୱଶୁର ଙ୍କ ଦାୟିତ୍ଵ ନେବ । ରାକେଶ ବି ଗାଁ ରେ ବଡ ବିଜିନେସ କରୁ ଥିଲା । ପାଠ ପଢିବା ପରେ ସେ ଯେହେତୁ ଚାକିରି କରିବାକୁ ଇଛା କଲା ନାହି ମା ବାପା ତାକୁ ବିଯିନେସ ରେ ପୁରାଇ ଦେଇ ଥିଲେ । ମୈତ୍ରୀ ପାଖ ଗାଁର ଝିଅ । ତାର ବାପା ଖୁବ୍ ଧନୀ ଲୋକ ଥିଲେ । ସେ ବ୍ଲକ୍ ଚେୟାରମ୍ୟାନ ଥିଲେ ପନ୍ଦର ବର୍ଷ । ରାଜନୀତିଆ ଲୋକ ଭାବରେ ତାଙ୍କର ଖାତିର ବହୁତ୍ ଥିଲା । ମୈତ୍ରୀ ରାକେଶ କୁ ଭଲ ପାଇ ବସିଲା । ରାକେଶ ଘରେ ଏହି କଥା କହି ପାରିଲା ନାହି । ଦୁହେଁ ଘର ଛାଡ଼ି ବମ୍ବେ ଚାଲିଗଲେ । ଦୁହେଁ ସେଠାରେ ଚାକିରି କଲେ । ବିବାହ ବି କଲେ । ତାଙ୍କ ବିବାହ କେବେ ହେଲା କେମିତି ହେଲା ଘର ଲୋକ କେହି ଜାଣିଲେ ନାହି। ମୈତ୍ରୀ ଘରକୁ ଆସିବାକୁ ରାଜି ହେଲା ନାହି । ବିଚରା ରାକେଶ …ଏପଟେ ଘର ସେପଟେ ସ୍ତ୍ରୀ । ଉଭୟଙ୍କୁ ସାଙ୍ଗରେ ନେଇ ଚଳିବାକୁ ଚେଷ୍ଟା କଲା । ମାତ୍ର ସେ ଅନେକ ସମୟରେ ଅନେକ ସମସ୍ୟାର ଶିକାର ହେଲା ।
ବାପା ଥରେ ରାଗରେ କହି ଦେଇ ଥିଲେ ତୁ ଘରକୁ ଆସିବୁ ନାହି । ତୋର ପାଇଁ ,ମା ଦିନ ରାତି ବସି କାନ୍ଦୁଛି ମାତ୍ର ତୁ ସ୍ତ୍ରୀ ପିଲା ନେଇ ଦୂରରେ ରହିଲୁ। ସେହିଦିନୁ ପାଞ୍ଚ ବର୍ଷ ହେଲା ସେ ଘରକୁ ଆସି ନ ଥିଲା । ମାଆ ର ଦେହ ଖରାପ କଥା ସାଙ୍ଗ ଠାରୁ ଶୁଣି ସେ ଚାଲି ଆସିଛି ଗାଁ କୁ ।


ରାତି ଗଭୀର ହେଲା । ରାକେଶ ଆଖିକୁ ନିଦ ନ ଥାଏ । ରାତି ପାହିଲେ ସେମାନେ ସହରକୁ ଯିବେ ମାକୁ ନେଇ ନର୍ସିଂ ହୋମ।ଅଧିକ ଚିକିତ୍ସା ପାଇଁ । ରାତି ଗୋଟାଏ ହେବ । ମୈତ୍ରୀ ର ଫୋନ୍ ଆସିଲା। ସେ ବ୍ୟସ୍ତ ବିବ୍ରତ ହୋଇ ଫୋନ୍ କଲା। ପଚାରିଲା ମା ଙ୍କ ଦେହ କେମିତି ଅଛି ?
ରାକେଶ ଆଶ୍ଚର୍ୟ୍ଯ ହୋଇଗଲା । ମାଆ କଥା ପଡିଲେ ସେ ମୁଁହ ବୁଲେଇ ଚାଲିଯାଏ। ଆଜି ଏ କଣ ?
ରାକେଶ କିଛି ଉତ୍ତର ଦେବା ପୂର୍ବରୁ ମୈତ୍ରୀ କହିଲା ମୁଁ ପୁଅକୁ ଧରି କାଲି ଫ୍ଲାଇଟ ରେ ଓଡ଼ିଶା ଯିବି । ସାନ୍ଧ୍ୟ ସୁଦ୍ଧା ଘରେ ପହଞ୍ଚିବି । ତମକୁ ନ ଜାଣଇ ଟିକେଟ କରି ଦେଇଛି । ରାକେଶ ମାଙ୍କୁ କହିବ ସେ ମୋତେ କ୍ଷମା କରି ଦେବେ । ମୁଁ ଈଶ୍ୱରଙ୍କୁ ଡାକୁଛି ସେ ଖୁବ୍ ଶୀଘ୍ର ଭଲ ହୋଇଯିବେ । ଏତେ ରାତି ରେ ଫୋନ୍ ଶୁଣି ମା ପଚାରିଲେ କିଏ ଫୋନ୍ କରିଛି ?
ରାକେଶ ଜବାବ ଦେଲା ମା ମୈତ୍ରୀ କାଲି ଘରକୁ ଆସିବ । ତୁମ ପାଖରେ ରହିବ ।

\"\"


ଭାନୁମତି ଦେବି ହଠାତ୍ ବିଛଣାରୁ ଉଠି ବସିଲେ ପାଟି କରି କହିଲେ, ସତ ? ମୋ ନାତି ଆଉ ବୋହୂ କାଲି ଆସିବେ ? ତାଙ୍କର ପାଟି ଶୁଣି ବାପା ଏବଂ ଭଉଣୀ ଉଠି ଆସିଲେ । ଅଧ ରାତିରେ ଘରେ ଗୋଟିଏ ଅଲଗା ମାହୋଲ୍ ସୃଷ୍ଟି ହେଲା । ବାପା ହଠାତ୍ କହି ଉଠିଲେ ମା ଏଥର ଭଲ ହୋଇଯିବ । ଡାକ୍ତର କହିଥିଲେ ସେ ମାନସିକ ଭାବରେ ଖୁବ୍ ଆଘାତ ପାଇ ଭାଙ୍ଗି ପଡିଛନ୍ତି । ଏଥର ମୋର୍ ସୁନାର ସଂସାର ହସି ଉଠିବ । ରାକେଶ ଲୁଚେଇ ଲୁଚେଇ ଆଖିରୁ ଲୁହ ପୋଛି ଚାଲି ଥାଏ। ମାଆ ବିଛଣାରୁ ଧୀରେ ଉଠି ତାର ପିଠି ଥାପୁ ଡେଇ କହୁଥିଲେ ସମୟ ଏମିତି ବେଳେ ବେଳେ ସାଥ ଦିଏ ନାହିଁ । ଏବେ ଆମ ଘର ପୁରି ଉଠିବ । ତୁ ବ୍ୟସ୍ତ ହୁଅ ନାହି । ଭଉଣୀ ଅଧ୍ ରାତିରେ ମା ପାଦ ତଳେ ବସି ହାତ ଯୋଡ଼ି କହିଥିଲା ହେ ପ୍ରଭୁ ଶ୍ରୀ ଜଗନ୍ନାଥ ଆମ ପରିବାର କୁ ସଦୟ ହୁଅ। ଜୟ ଜଗନ୍ନାଥ।

\"\"

Leave a Reply

Your email address will not be published. Required fields are marked *