ବିଜୟା ଦଶମୀ
ଯା ଦେବୀ ସର୍ବଭୂତେଷୁ
ମାତୃରୂପେଣ ସଂସ୍ଥିତା ।
ନମସ୍ତସ୍ୟୈ ନମସ୍ତସ୍ୟୈ
ନମସ୍ତସ୍ୟୈ ନମୋ ନମଃ ।।
🌻ଶାରଦୀୟ ଦୁର୍ଗା ପୂଜା ବିଜୟା ଦଶମୀ ଉପଲକ୍ଷେ ଜନନୀ ମା ଦୁର୍ଗା ଆପଣଙ୍କୁ ସୁଖ ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ ।🌹
🙏ଅଧର୍ମ ଉପରେ ଧର୍ମର ବିଜୟ ହେବ, ଜଗତ ଜନନୀ ଦୁର୍ଗା ମହିଷାସୁରକୁ ବଧ କରି ପୃଥିବୀରେ ଶାନ୍ତି ସ୍ଥାପନ କରିବେ ଏବଂ ପ୍ରଭୁ ରାମଚନ୍ଦ୍ର ମଧ୍ୟ ଲଙ୍କା ବିଜୟ କରିବାର ଉତ୍ସବ ପାଳନ ହେବ । ଏହି ପର୍ବ ନଅ ରାତ୍ରି ଓ ଦଶ ଦିନ ପର୍ଯ୍ୟନ୍ତ ପାଳନ ହୁଏ, ଏହାକୁ ମଧ୍ୟ ଶରଦ ନବ ରାତ୍ରି , ଦଶହରା କୁହାଯାଏ । କାରଣ ବର୍ଷକ ଭିତରେ ଚାରିଥର ନବରାତ୍ରି ପାଳନ କରାଯାଏ, ସବୁ ସମୟରେ ମାଙ୍କୁ ବିଭିନ୍ନ ରୂପରେ ଆରାଧନା କରାଯାଏ ।🌺
❤#ଏହା ହେଉଛି ନାରୀଙ୍କୁ ସମ୍ମାନ ଦେବା ପାଇଁ ପୁରାଣ ଯୁଗରେ ନାରୀକୁ ଦେଵୀ ଭାବେ ପୂଜା କରାଯାଉଥିଲା। ସନାତନ ଧର୍ମର ଜୟ #ହେଉ🙏
#କନ୍ୟା ରତ୍ନ:-🙏#ନିୟତିର ନିୟମାବଳୀ ଅନୁସାରେ କେତେବେଳେ ସେ ମା ରୂପରେ ଆସିଥାଏ, କେତେବେଳେ ଭାଉଜ ରୂପରେ ଆସିଥାଏ, କେତେବେଳେ ଭଉଣୀ ରୂପରେ ଆସିଥାଏ, କେତେବେଳେ ବନ୍ଧୁ ରୂପରେ ଆସିଥାଏ, କେତେବେଳେ ପୁଣି ଅପରୂପ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ହୋଇ ଜୀବନ ସାଥି ରୂପରେ ଆସିଥାଏ ସମସ୍ତେ ସମସ୍ତଙ୍କ ସ୍ଥାନରେ ନିଜ ନିଜର ବ୍ରତ ଠିକ୍ ସେ ପାଳନ କରୁଛନ୍ତି ବୋଲି ଏ ସାରା ସଂସାର ଆଜି ଯାଏଁ ଚାଲିଛି ।। #କନ୍ୟା ରତ୍ନ ଏ ସାରା ସଂସାରର ସୃଷ୍ଟି ସମ୍ଭାର ପୁରୁଷ ଖାଲି ମାଧ୍ୟମ ମାତ୍ର ତେଣୁ ଆମ ସମାଜର ପ୍ରତିଟି ପୁରୁଷ ମାନଙ୍କୁ ଶୁଭକାମନା ପତ୍ରରେ ନିବେଦନ କରୁଅଛି କି କନ୍ୟା ରତ୍ନଙ୍କୁ ସୁରୁକ୍ଷା ଦିଅନ୍ତୁ କନ୍ୟା ରତ୍ନ ରହିଲେ ସିନା ଏ ସଂସାର ଆଗକୁ ଯିବ ।। #ଦିନକୁ ଦିନ କନ୍ୟା ରତ୍ନ ଉପରେ ଅତ୍ୟାଚାର ବଢି଼ ଚାଲିଛି ତେଣୁ ଆଜିର ଏଇ ପବିତ୍ର ଦିନରେ ମାତୃଭୂମିର ବୀର ପୁରୁଷ ମାନଙ୍କୁ ବିନୀତ ଅନୁରୋଧ କରୁଅଛି କି କନ୍ୟା ରତ୍ନର ସାଭ୍ବିମାନକୁ ରକ୍ଷା କରନ୍ତୁ ଜୟ ସମାଜ ଜୟ ଜଗନ୍ନାଥ ବନ୍ଦେ ଉତ୍କଳ #ଜନନୀ🇮🇳🙏
*🔱🙏ଜୟ ମା ଦୁର୍ଗା🙏🔱*