Blog

ନିତି କଥା ….୯

ନିତି କଥା ….୯

ସୁରେଶ୍ କୁମାର ତ୍ରିପାଠୀ

ଶୁଭ ସନ୍ଧ୍ୟା।
ଭାବପ୍ରବଣତା ପ୍ରତ୍ୟେକ କାର୍ଯ୍ୟକୁ ହିଁ ପୂର୍ଣ୍ଣାଙ୍ଗ ରୂପ ଦିଏ । ଏହା ବିନା କୌଣସି ବ୍ୟକ୍ତି କୌଣସି କାର୍ଯ୍ୟରେ ଘନିଷ୍ଠ ରୂପରେ ସଂଶ୍ଳିଷ୍ଟ ହୋଇ ପାରନ୍ତି । ଈଶ୍ୱର ଆମକୁ ଜନ୍ମ ଦେବା ସମୟରେ କେତେ ଗୁଡ଼ିଏ ଗୁଣ ଦେଇ ଥାନ୍ତି ଯାହାକି ଜୀବନର ଶେଷ ଦିନ ପର୍ଯ୍ୟନ୍ତ ବ୍ୟକ୍ତି ସହିତ ନିବିଡ ହୋଇ ରହି ଥାଏ। ଭାବପ୍ରବଣତା ଭିତରେ ଭୟ ,କ୍ରୋଧ ଆଉ ପ୍ରେମ ମିଶି କରି ଥାଏ। କିଏ କିଏ ଭୟ ରେ ଖୁବ୍ ଭାବ ପ୍ରବଣ ହୋଇ କଣ କଣ କରି ପକାନ୍ତି । କିଛି କିଛି ଲୋକ କ୍ରୋଧ ର ବଶବର୍ତ୍ତୀ ହୋଇ ଅନେକ କ୍ଷତି କରନ୍ତି । ବେଳେ ବେଳେ ଦେଖାଯାଏ ସ୍ବାମୀ ଯଦି ନିଜ ସ୍ତ୍ରୀ କୁ କିଛି ଭୁଲ କଥା କହି ପକାଇ ଥାଏ ସ୍ତ୍ରୀ କ୍ରୋଧର ଚରମ ସୀମା ରେ ପହଞ୍ଚି ସ୍ବାମୀ ର ଖାଇବା ପିଇବା ବନ୍ଦ କରିବାକୁ ପଛାନ୍ତି ନାହି । ଆଉ ପ୍ରେମ କହିଲେ ନ ସରେ ? ଥରେ ପ୍ରେମ ଭିତରେ ଛନ୍ଦି ହୋଇ ଗଲେ ପୃଥିବୀ ର ସବୁ ଧର୍ମ ଗ୍ରନ୍ଥ ଭୁଲ ଭଳି ଲାଗେ ଆଉ ଇଚ୍ଛା ଏବଂ ନିଷ୍ପତ୍ତି କ୍ଷଣ ଭଙ୍ଗୁର ହୋଇ ଯାଏ। ପ୍ରେମ ଥରେ ଭାବ ପ୍ରବଣତା ନଦୀରେ ବହି ଚାଲିଲେ ଜୀବନ କୁ ବାଜି ଲଗାଇବାକୁ ମଣିଷ ପଛାଇ ନ ଥାଏ। ଲୁହ ଆଉ କାନ୍ଦ ର ବି ଭୂମିକା ଏହା ଭିତରେ କମ ନୁହେଁ । ଆତ୍ମା କୁ ବାଧିଲେ ଆଖିରେ ଲୁହ ଆସେ। ହୃଦୟର ଆଘାତ ଲାଗିଲେ କ୍ରନ୍ଦନ ର ସ୍ଵର ନିସ୍ତବ୍ଦତା କୁ ଭାଙ୍ଗି ଦିଏ। ଅତଏବ ପ୍ରତ୍ୟେକ ମଣିଷ କାହା ର ହୃଦୟ କୁ ଆଘାତ ଦେଲା ଭଳି ଘଟଣା ଜାଣତରେ କିମ୍ବା ଅଜାଣତରେ କରିବା ଉଚିତ୍ ନୁହେଁ। ମୁଁ ଯଦି କାହାକୁ ସେମିତି ଆଘାତ ଦେଇଥିବି ମୋ କଥା ଯଦି କାହା ଆଖିର ଲୁହ ର କାରଣ ତେବେ ମୋତେ ସେମାନେ କ୍ଷମା କରି ଦିଅନ୍ତୁ ଆଉ ଈଶ୍ୱର ବି ଆଶୀର୍ବାଦ କରନ୍ତୁ ଏମିତି କଥା ପୁନରାବର୍ତ୍ତୀ ନ ହେଉ । ଜୟ ଜଗନ୍ନାଥ। 🙏🙏🙏।

Leave a Reply

Your email address will not be published. Required fields are marked *