ନିତି କଥା …6
ନିତି କଥା …6
ସୁରେଶ୍ କୁମାର ତ୍ରିପାଠୀ
ଶୁଭ ସନ୍ଧ୍ୟା।
ଧୃତରାଷ୍ଟ୍ର ଙ୍କ ପାଖରେ ଥିବା ବିଦୂର୍ ଙ୍କ ଚକ୍ଷୁ ଯୁଗଳ ହେଉଛି ବର୍ତ୍ତମାନ ର ଦୂରଦର୍ଶନ ଅଥବା ଭିଡିଓ କଲ କରୁଥିବା ମୋବାଇଲ ଭଳି। କାରଣ ରାଜା ଧୃତରାଷ୍ଟ୍ର ଙ୍କ ପାଖରେ ରହି ସେତେବେଳେ ମହାଭାରତ ଯୁଦ୍ଧ ରେ କଣ କଣ ଘଟୁ ଥିଲା ବିଦୁର ରାଜା ଙ୍କୁ ବର୍ଣ୍ଣନା କରି ଚାଲି ଥିଲେ।।କଥା ହେଉଛି ଅନେକ ସମୟରେ ଆମେ ଇତିହାସ ପୁରାଣ ଆଉ କିମ୍ବଦନ୍ତୀ କୁ ବିଶ୍ୱାସ କୁ ନେଉ ପୁଣି ଅନେକ ସମୟରେ ନେବାକୁ ପଛଘୁଞ୍ଚା ଦେଉ। ଆମେ କିନ୍ତୁ ନିଶ୍ଚିତ ହେବା ଦରକାର୍ ଇତିହାସ କିମ୍ବା ପୁରାଣ ମହାଭାରତ କେବେ ମିଥ୍ୟା ହୋଇ ନ ପାରେ। ଆକାଶରେ ବିମାନ ଉଡ଼ିବା ରାବଣଙ୍କ ପୁଷ୍ପକ ଯାନ ଉଡ଼ିବା , ଯୁଦ୍ଧ ସମୟରେ ବିଭିନ୍ନ ଅସ୍ତ୍ର ପ୍ରୟୋଗ କରି କେବେ ଅଗ୍ନି, କେବେ ବର୍ଷା, କେବେ ଚକ୍ରବ୍ୟୁହ ରଚନା କରିବା , କେବେ କେବେ ବାନ୍ଧି ପକାଇବା ଇତ୍ୟାଦି ବର୍ତ୍ତମାନ ର ବିଭିନ୍ନ ମିଶାଇଲ ସହିତ ସମାନ। ପୁଣି କଥା ଆସେ କୃଷ୍ଣ ଙ୍କ ପାଟି ଭିତରେ ବିଶ୍ଵରୂପ ଦର୍ଶନ , ଅସୁର ମାନଙ୍କ ଆଖିରୁ ଅଗ୍ନି ବର୍ଷା ଇତ୍ୟାଦି ଆଜିର ସମୟରେ ମଧ୍ୟ ବିଜ୍ଞାନର ଚମତ୍କାରିତା ଭିତରେ ଦୃଶ୍ୟ ମାନ। ଅତଏବ ସବୁ ଧର୍ମ ସବୁ ଜାତି ସବୁ ବର୍ଣ୍ଣ ର ମଣିଷ ଆଢ଼ୁଆଳରେ ଯେଉଁ ଇତିହାସ ଅଛି ସେହି ଇତିହାସ କୁ ସମ୍ମାନ ଦେବା ଉଚିତ୍। କିଛି ବି କଳ୍ପନାତୀତ ନୁହେଁ। ବାସ୍ତବତା ଭିତରେ ଥିବା ଆତ୍ମିୟତା ମଣିଷ କୁ କାଳଜୟୀ କରି ଥାଏ।
ଆଜି ପାଇଁ ଏତିକି । କାଲି ପୁଣି ନୂଆ ଅଧ୍ୟାୟ ନେଇ କଥା ହେବା ସବୁଦିନ ର ଛୋଟ ଛୋଟ ଶବ୍ଦ ଗୁଚ୍ଛ ନୀତିକଥା ରେ। ଜୟ ଜଗନ୍ନାଥ।🙏🙏🙏।