Blog

ଆଉ ସକାଳ ହେବ ନାହିଁ …!!!

ଆଉ ସକାଳ ହେବ ନାହିଁ …!!!

ସୁରେଶ୍ କୁମାର ତ୍ରିପାଠୀ


ମେଡ଼ିକାଲ ବେଡ ଉପରେ ଖୁବ୍ ଯନ୍ତ୍ରଣା ପାଉ ଥିଲେ ଦିନ ବନ୍ଧୁ ବାବୁ। ଶରୀରର ଅସୁସ୍ଥତା ଯେତିକି ପୀଡା ଦେଉ ଥିଲା ସେତିକି ନିଜକୁ ବିଚଳିତ କରୁ ଥିଲା କିଛି ଅତୀତ। ତା ଠାରୁ ଅଧିକ ଯନ୍ତ୍ରଣା ଦେଉ ଥିଲା ଜୀବନ ଯନ୍ତ୍ରଣା । ବିଛଣା ରୁ ଉଠି ପଡ଼ି ଅସ୍ତବ୍ୟସ୍ତ ହୋଇ ପଡୁ ଥିଲେ ସେ । ବେଳେ ବେଳେ ବଡ ପାଟିରେ ଚିତ୍କାର କରୁଥିଲେ ମୁଁ କଣ ସବୁ ଦେଖୁଛି । ପୁଣି ଶାନ୍ତ ହୋଇ ବିଛଣାରେ ଲଥ କରି ପଡ଼ି ଯାଉଥିଲେ। ଏମିତି ସଂଘର୍ଷ ଭିତରେ ଦିନ ବନ୍ଧୁ ବାବୁ ଛଟ ପଟ ହେଉ ଥିଲେ । ତାଙ୍କ ପାଖରେ ଥିବା ଆତ୍ମୀୟ ସ୍ୱଜନ ତାଙ୍କର ଏହି ଅପ୍ରାକୃତିକ ସ୍ଵଭାବ ଦେଖି ବ୍ୟସ୍ତ ହୋଇ ପଡୁ ଥିଲେ ।

ସମୟ ମାଡ଼ି ଚାଲିଲା । ରାତି ଅଗଭୀର ହେଲା। ଦିନ ବନ୍ଧୁ ବାବୁ ଙ୍କ ବ୍ୟସ୍ତତା ବଢ଼ି ବଢ଼ି ଚାଲି ଥାଏ । ଏତିକି ବେଳେ ସେ ତାଙ୍କର ଘନିଷ୍ଠ ସାଙ୍ଗ ପୀୟୂଷ ବାବୁ ଙ୍କୁ ଖୋଜିଲେ । ପୀୟୂଷ ବାବୁ ପାଖରେ ଥାଆନ୍ତି ।
ସେ ପଚାରିଲେ କଣ ହେଉଛି ବନ୍ଧୁ ?
ଏତେ ଅସ୍ତ ବ୍ୟସ୍ତ କାହିଁକି ହେଉଛ ?
ଡାକ୍ତର କହିଛନ୍ତି କାଲି ସକାଳ ସୁଦ୍ଧା ତୁମେ ଠିକ୍ ହୋଇଯିବ।
ଲମ୍ବା ହସର୍ ସୁଅରେ ପରିବେଶ କୁ କୋଳାହଳ ମୟ କରିଦେଲେ ଦୀନବନ୍ଧୁ।

ଧୀରେ ସାଙ୍ଗ ପୀୟୂଷ ବାବୁଙ୍କୁ ଡାକି କହିଲେ , \” ଏ ରାତି ଆଉ ମୋ ପାଇଁ ପାଇବ ନାହିଁ \”!
ସାଙ୍ଗ ତାଙ୍କର ନିର୍ବାକ ହୋଇ ଚାହିଁ ଥାଆନ୍ତି ।
ଦିନବନ୍ଧୁ ଧିରେ ଧିରେ ଉଠି ବସିବାକୁ ଉଦ୍ୟତ ହେଲେ ।
ପଚାରିଲେ ସମୟ କେତେ ହେଲା ?
ପୀୟୂଷ ବାବୁ ଉତ୍ତର ଦେଲେ ତିନିଟା ବାଜି ପନ୍ଦର ମିନିଟ ।
ଆହୁରି ଏତେ ସମୟ ବାକି ଅଛି ।
ମୋତେ ଲାଗୁଛି ଏହି ରାତି ଆଉ ମୋ ପାଇଁ ପାହିବ ନାହି ।
ବିରକ୍ତ ହୋଇ ପୀୟୂଷ ବାବୁ ପଚାରିଲେ କଣ ପାଇଁ ଏମିତି ଆଡୁ ସାଡୁ କହୁଚ୍ଛ ?

ମୁଁ ଠିକ୍ କହୁଛି ।
ମୋ ସାମନାରେ ଅନେକ କଥା ଦେଖା ଯାଉଛି ।
ପୀୟୂଷ ଜାଣିଛ ନା….
ମୁଁ ଜଣେ ସଚ୍ଚୋଟ ବାପା ର ଦାୟିତ୍ଵ ତୁଲାଇ ପାରିଲି ନାହିଁ । ମୁଁ ବି ଭଲ ସ୍ବାମୀ ଟିଏ ହୋଇ ପାରିଲି ନାହି ।ମୁ ମୋ ଭଉଣୀ ର ଭଲ ଭାଇ ଟିଏ ହୋଇ ପାରିଲି ନାହି । ମୋ କାର୍ଯ୍ୟ ପରିସରରେ ରେ ମୋତେ କେହି ବିଶ୍ବାସ କୁ ନେଲେ ନାହିଁ ।ଆଉ ଅତୀତରେ କିଛି ମସଗୁଲ ସ୍ବପ୍ନ ଦେଖି ମୁ ଯେଉଁ ଦୁନିଆ କୁ ହତାଦର କରି ଚାଲିଥିଲି ଶେଷରେ ସେହି ସ୍ୱପ୍ନର ନିଆଁ ରେ ମୁଁ ଜଳି ପୋଡ଼ି ଛାରଖାର ହୋଇଗଲି।
ଅନୁଭବ ମୋର୍ ସ୍ଥିର ହୋଇ ଗଲା । ଏ ଦୁନିଆ ନିହାତି ସ୍ବାର୍ଥ ପର । ଏଠି ମଣିଷ ଭିତରେ ମାନବିକତା ଠାରୁ ଈର୍ଷା ଆଉ ପରଶ୍ରୀକାତରତା ବେଶି। ମୁଁ ଅନୁଭବ କରୁଛି ଭଗବାନ କିଛି ବୁଝନ୍ତି ନାହିଁ । ହୃଦୟର ଭାଷା ନିଜ ଭିତରେ ମାରି ଦେବାକୁ ପଡେ। ସେ ଯାହା ବୁଝନ୍ତି ତାହା ଆମ ଆୟତ୍ତ ରେ ନ ଥାଏ। ଆମ ଇଚ୍ଛାରେ କିଛି ହୁଏ ନାହିଁ। ସବୁ ତାଙ୍କ ନିର୍ଦ୍ଦେଶରେ ହିଁ ହୁଏ । ଆମେ ସବୁ ତାଙ୍କ ପାଖରେ ଶରଣ ଗଲେ ବି ଫଳ କିଛି ହୁଏ ନାହିଁ । ସେ ଯାହା ଚାହାନ୍ତି ତାହା ହିଁ କେବଳ ହୁଏ।
ମୁଁ ଏକା ହୋଇଗଲି ।
ସଂପୂର୍ଣ୍ଣ ଏକା ।
ବଡ ପୁଅ ଆମେରିକା ରେ ଚାକିରି କରେ ।
ସାନ ପୁଅ ଦିଲ୍ଲୀରେ ଚାକିରି କରେ ।
ଝିଅ ବାଙ୍ଗାଲୋର ରେ ତା ସ୍ବାମୀ ସହିତ ଅଛି ।
ଝିଅ ଆସନ୍ନ ପ୍ରସବା । ମା ତାର ତା ପାଖରେ ।
ମୁଁ ଏକା । ଜୀବନ ସାରା ଏକା ଥିଲି ।
ଆଜି ପୁଣି ଏକା ।
ରାତି ପାହିବା କୁ ଆଉ କେତେ ସମୟ ବାକି ଅଛି ।
ଏଥର ପୀୟୂଷ ବାବୁ ଗମ୍ଭୀର ହୋଇ ଗଲେ । ବଡ ପାଟିରେ ନର୍ସ ଆଉ ଡାକ୍ତର ଙ୍କୁ ଡାକିଲେ ।

ଡାକ୍ତର ଆସି ଷ୍ଟେଥୋ ପକାଇ ଛାତିର ସ୍ପନ୍ଦନ ମାପିଲେ।
ଏଥର ଡାକ୍ତର କହିଲେ ନୂଆ କଥା କହିଲେ। ତାଙ୍କ ମତରେ ଏହି ରୋଗୀ ମାନସିକ ଭାବରେ ଖୁବ୍ ଆଘାତ ପାଇଛନ୍ତି ।ତାଙ୍କ ପାଇଁ ମାନସିକ ରୋଗୀ ଙ୍କ ଚିକିତ୍ସା ଦରକାର ।
ପୀୟୂଷ ବାବୁ ଆମ୍ବୁଲାନ୍ସ ଡାକି ଡାକ୍ତରଙ୍କ ପରାମର୍ଶ କ୍ରମେ ଆଉ ଗୋଟିଏ ନର୍ସିଂ ହୋମ କୁ ନେବାକୁ ଯୋଜନା କଲେ । ଏତିକି ବେଳେ ଦିନବନ୍ଧୁ ବାବୁଙ୍କ ତକିଆ ତଳୁ ଖବର କାଗଜ ଟିଏ ବାହାରିଲା । ସେଥିରେ ବିଜ୍ଞାପନ ଟିଏ ଥିଲା । ଦିନ ବନ୍ଧୁ ବାବୁଙ୍କ ବଡ ପୁଅ ଏହି ବିଜ୍ଞାପନ ମାଧ୍ୟମରେ ନିଜର ବାପାଙ୍କ ପାଇଁ ଜଣେ କେୟାର ଟେକର ଆବଶ୍ୟକ ବୋଲି ବିଜ୍ଞାପନ ଦେଇଥିଲେ । ବାପାଙ୍କର୍ ସେ ଘରେ ଦରମା ନେଇ ଯତ୍ନ ନେବ ।

ପୀୟୂଷ ବାବୁ ଙ୍କୁ ଲାଗିଲା ଦିନବନ୍ଧୁ ମାନସିକ ଭାବରେ ଖୁବ୍ ଆଘାତ ପାଇ ଛନ୍ତି । ସେ ସବୁ ବେଳେ ମିଳିମିଶି ଚଳିବାରେ ବିଶ୍ୱାସ କରୁ ଥିଲା । ସେ ଏକା ରହି ପାରେନାହିଁ । ପୁଅ ଝିଅ ସ୍ତ୍ରୀ ପିଲା ଙ୍କ ସହିତ ରହିବାର ଆନନ୍ଦ ତାର ନିଆରା । ପିଲାଦିନୁ ସେ ଖୁବ୍ ମେଲାପି ଚରିତ୍ରର ।
ଏବେ ପୀୟୂଷ ବାବୁ ସବୁ ବୁଝି ପାରିଲେ । କଣ ପାଇଁ ଦିନ ବନ୍ଧୁର ଏହି ଦୂରାବସ୍ଥା ।
ପୁଣି ହଠାତ୍ ଉଠିପଡ଼ି ଦିନବନ୍ଧୁ ବାବୁ ପଚାରିଲେ ସମୟ କେତେ ହେଲା ?
ବନ୍ଧୁ ପୀୟୂଷ ଏଥର କହିଲେ ରାତି ଚାରିଟା ବାଜି ଗଲାଣି ।
ଏଥର ଦିନ ବନ୍ଧୁ ବାବୁ ସଂଜ୍ଞାହୀନ ହୋଇ ପଡ଼ି ଗଲେ ବିଛଣା ଉପରେ ।
ବନ୍ଧୁ ପୀୟୂଷ ଆଉ କିଛି ନ ପାଇ ଡାକ୍ତର ଙ୍କୁ ପୁଣି ଡାକିଲେ । ଡାକ୍ତର ଦୀନବନ୍ଧୁଙ୍କୁ ଆଇ ସି ୟୁ ରେ ଭର୍ତ୍ତି କରିଦେଲେ ।
ପୀୟୂଷ ବାବୁ ଘଣ୍ଟାକୁ ବାରମ୍ବାର ଦେଖୁ ଥିଲେ ରାତି ପାହି ବାକୁ ଆଉ କେତେ ସମୟ ବାକି ଅଛି।

\"\"
\"\"

Leave a Reply

Your email address will not be published. Required fields are marked *