Blog

ସୃଷ୍ଟି ବହୁତ୍ ବିଚିତ୍ର

ସୃଷ୍ଟି ବହୁତ୍ ବିଚିତ୍ର

ସୃଷ୍ଟି ବହୁତ୍ ବିଚିତ୍ର

ସୃଷ୍ଟି ବହୁତ୍ ବିଚିତ୍ର । ସୃଷ୍ଟିର ପ୍ରତ୍ୟେକ ସୋପାନ ନିହାତି ସୁନ୍ଦର୍ ଆଉ ସାବଲୀଳ। ଜୀବନ ବି ସୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭଳି । ଜୀବନକୁ ଭଲ ପାଇବା ଆଉ ଅନ୍ୟର ହୃଦୟରେ ସ୍ଥାନ ପାଇବା ପ୍ରତ୍ୟେକ ମଣିଷର ଲକ୍ଷ୍ୟ ହେବା ଦରକାର୍ ।

ଆମେ ସମସ୍ତେ ଅଳ୍ପ ବହୁତ୍ ଆନନ୍ଦ ଆଉ ଖୁସି ଖୋଜି ଥାଉ । ଖୁସି ଆଉ କୋଉଠି ନ ଥାଏ । ହୃଦୟ ଜିତିବାର ଖୁସି ସୃଷ୍ଟିର ସବୁଠୁ ବଡ ବିଜୟ। ସମ୍ପର୍କ ଲମ୍ବା ନ ହୋଇ ପାରେ ତଥାପି କମ ସମୟର ହେଲେ ବି ମନ ଛୁଆଁ ହେବା ଦରକାର୍ । ଆମେ ଯିଏ ଯେଉଁଠି ଅଛେ ମଣିଷର ମନ୍ ଛୁଇଁବାର ମଉକା ଆମ ପାଖରେ ଅଛି । ଗରୀବ ଲୋକର ମନ୍ ଛୁଇଁବାର ଆନନ୍ଦ ମାପି ହେବ ନାହିଁ। ଜୀବନରେ ଅର୍ଥ ଉପାର୍ଜନ କରିବା କିମ୍ବା ଚାକିରି କରିବା ଏକ ଭିନ୍ନ ପ୍ରକ୍ରିୟା ମାତ୍ର ମଣିଷର ମନ୍ ଛୁଇଁବା ଗୋଟିଏ ବଡ ସଫଳତା । ଆମର ବ୍ୟବହାର , କଥାବାର୍ତ୍ତା , ଭଲ ପାଇବା , ସତ ସହିତ ରହିବା ର ପ୍ରକ୍ରିୟା ଅନେକ ଲୋକଙ୍କ ହୃଦୟ ଛୁଇଁବା ଆଉ ମନ୍ ଛୁଇଁବା ପାଇଁ ସହାୟକ ହେବ । ଥରେ ଏହି ଶପଥ ନେଇ ଆଗକୁ ଆସନ୍ତୁ ଆଉ ସବୁ ଆମ ପାଇଁ ସହଜ ହୋଇଯିବ। ଜୟ ଜଗନ୍ନାଥ 🙏🙏।

Leave a Reply

Your email address will not be published. Required fields are marked *