ପୂଜା ବନ୍ଦାନା ୨୦୨୪
ପୂଜା ବନ୍ଦନା ୨୦୨୪!
ଶରତ ସକାଳ ଶିଶିର କୋଳରେ
ଆସିଥାନ୍ତି ମା ଧରା
ପାର୍ବଣ ମାହୋଲ ମହକ ଭିତରେ
କୋଟି ଆଶୀର୍ବାଦ ଭରା।
ଦୁନିଆ ଦେଖଇ ସତ୍ୟର ଲଢେଇ
ମହିଷାସୁରର ବଧ,
ଶକ୍ତି ରୁପାୟିନୀ ବିଶ୍ଵ ବିଜୟିନୀ
ମାତୃଶକ୍ତି ସଦା ସିଦ୍ଧ।
ଅଶାନ୍ତ ଭୂମିରେ ଶାନ୍ତିର ପୁଲକ
ଫୁଟି ଯାଉ ପୂଜା ପାଇଁ
ଆଶୀର୍ବାଦ ଧାରା ପ୍ରତି ମାନସରେ
ମୈତ୍ରୀ ର ମନ୍ତ୍ର ଦେଇ ।
ପୂଜା ବନ୍ଦନା ୨୦୨୪!
ସୁରେଶ ତ୍ରିପାଠୀ