Blog

ନିତି କଥା ….୭

ନିତି କଥା ….୭

ସୁରେଶ୍ କୁମାର ତ୍ରିପାଠୀ

ସ୍ଵାଭିମାନ କାହାକୁ କୁହାଯାଏ । କଥାରେ ଅଛି ସ୍ଵାଭିମାନ ର ସହିତ ମଣିଷ ନିଜକୁ ପ୍ରତିଷ୍ଠା କରିବା ଦରକାର୍। ମୁଁ ଶବ୍ଦ ସହିତ କୌଣସି କଥା ଯୋଡ଼ି ହୋଇଗଲେ ତାହା ନିଜର ସ୍ଵାଭିମାନ ର ଓଜନ କୁ କମେଇ ଦିଏ । ମଣିଷ ଅନେକ ସମୟରେ ମିଥ୍ୟା ସ୍ଵାଭିମାନ ଆଉ ଅହମିକା ର ବଶବର୍ତ୍ତୀ ହୋଇ ଯାଏ।ମିଥ୍ୟା ସ୍ଵାଭିମାନ ମଣିଷ କୁ ଛୋଟ କରେଇ ଦିଏ। ଯେଉଁମାନେ ମିଥ୍ୟା ସ୍ଵାଭିମାନ ରେ ପସି ଯାଆନ୍ତି ସେମାନଙ୍କୁ ଆଉ ଭଲ ମନ୍ଦ କିଛି ଦେଖା ଯାଏ ନାହି। ମଣିଷ ଏକ ଜିଦିଆ ହେଲେ ସେ ବାସ୍ତବତା କୁ ବୁଝି ପାରେ ନାହିଁ । ପ୍ରତି ମଣିଷ ନିଜର ଭୁଲ ଛୋଟ ବୋଲି ଭାବି ଅନ୍ୟର ଭୁଲ ବଡ ବୋଲି ଭାବିଲେ ସେ ବାସ୍ତବତା କଣ ବୁଝି ପାରେ ନାହିଁ ।ଯିଏ ସବୁ ବେଳେ ଭାବେ ମୁ ଯେମିତି ହେଲେ ବି ଯିତି ଯିବି ସେ ଜିତିବା ପରାଜୟ ସହିତ ସମାନ। ଅନେକ ସମୟରେ ପରାଜୟ ରେ ବି ଆନନ୍ଦ ଥାଏ ଆଉ ଏକ ଯିଦିଆ ହୋଇ ଜିତି ଗଲେ ଏହାର କିଛି ସମୟ ପରେ ଆନନ୍ଦ କୁଆଡେ ଉଭେଇ ଯାଏ। ଅତଏବ ମିଥ୍ୟା ସ୍ଵାଭିମାନ , ଜିଦି, ଏକ ଜିଦି ଆ ସ୍ଵଭାବ ଆଉ ସବୁ ବେଳେ କଥା କଥାରେ ସମ୍ପର୍କ ଭାଙ୍ଗି ଦେବୀ ଧମକ ମଣିଷ କୁ ବଡ କରେଇ ଦେଇ ନ ଥାଏ।
ମୋର୍ ଏହି ଜୀବନ କାଳ ମଧ୍ୟରେ ମୁ ଅନେକ ପ୍ରକାର ମଣିଷ ମାନଙ୍କ ସହିତ ମିଶି ଏହି ଉପଲବ୍ଧି ରେ ପହଞ୍ଚିଛି କାହାକୁ ସମାଲୋଚନା କରିବା , ଖିଅ ବାହାର କରି ଝଗଡା କରିବା ,ନିଜକୁ ପ୍ରଶଂସା କରି ଅନ୍ୟ ର କାମ ଭୁଲ ବୋଲି କହିବା ଦ୍ଵାରା ବ୍ୟକ୍ତିତ୍ଵ ର ହାନୀ ହୁଏ । 🙏🙏।
ଜୀବନ ଖୁବ୍ ଛୋଟ। ହସି ଖେଳି ନାଚି କୁଦି ମଣିଷ ର ହୃଦୟ ଜିତି ସମ୍ପର୍କ ବାନ୍ଧି ବ୍ୟକ୍ତିତ୍ଵ ତିଆରି କର। ସ୍ଵାଭିମାନ ର ଚିହ୍ନ ଏହି ଥୀରେ ହିଁ ସ୍ପଷ୍ଟ ହୋଇଯିବ। ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *