Blog

ନିତି କଥା …୫

ନିତି କଥା …୫

ସୁରେଶ୍ କୁମାର ତ୍ରିପାଠୀ


ଶୁଭ ସନ୍ଧ୍ୟା
ସନ୍ଧ୍ୟା ଆଗତ ପ୍ରାୟ। ଆକାଶ ମେଘାଚ୍ଛନ୍ନ। ସାମାନ୍ୟ ବିଜୁଳି ଆଉ ଝିପି ଝିପି ବର୍ଷା ରେ ରାତି ଆସିବା ପାଇଁ ସଜବାଜ ହେଉଛି । ଏମିତି ଏକ ସମୟରେ ଆଦ୍ୟ ଶ୍ରାବଣର ପୂଜା ସାରି ଘରର ଲକ୍ଷ୍ମୀ ଆଉ ସୁନା ବୋହୁ ତୁଳସୀ ଚଉରା ମୂଳରେ ସନ୍ଧ୍ୟା ଦୀପ ବସାଇ ମାନସିକ କରି ଭଗବାନ ଙ୍କ ପାଖରେ ନିଜର ମିନତି ରଖି କହିଛନ୍ତି ,
ହେ ପ୍ରଭୁ ….
ଏ ସନ ଆପଣ ମୋ ପିଲା ମାନଙ୍କୁ ଉଚ୍ଚ ସ୍ଥାନରେ ପହଞ୍ଚାଇବା ପାଇଁ ଆଶୀର୍ବାଦ ଦେବେ । ମୁଁ ଦୁଃଖି ମଣିଷ ଟିଏ ଆପଣଙ୍କୁ କିଛି ବି ଦେଇ ପାରିବି ନାହିଁ ମାତ୍ର ଆପଣଙ୍କ ନାମ ଧରି ଆପଣ ଙ୍କ ଗୁଣ କୀର୍ତ୍ତନ କରି ମୁ ସବୁଦିନ ବୁଲିବି। ହେ ପ୍ରଭୁ ମୁ ଜାଣିଛି ଆପଣ ନ ଚାହିଁଲେ ଗଛର ପତ୍ର ମଧ୍ୟ ଖସେ ନାହି । ଏଣୁ ଆପଣ ଆଶୀର୍ବାଦ ଦିଅନ୍ତି ମୋ ପିଲା ମାନେ ବଡ ହୁଅନ୍ତୁ ଯଶଶ୍ଵୀ ହୁଅନ୍ତୁ ଆଉ ଆପଣଙ୍କୁ ସ୍ମରଣ କରି ଜୀବନ ବିତେଇ ଦିଅନ୍ତୁ। ଏହି କଥା ଶୁଣି ପ୍ରଭୁ ସ୍ଵପ୍ନରେ ଆସି ସୁନା ରାଣୀ ଙ୍କୁ କହିଲେ ମା ମୁ ତୋର ପୂଜାରେ ସନ୍ତୁଷ୍ଟ ହେଲି । ମୁଁ ନିଶ୍ଚୟ ତୋର ପିଲାଙ୍କ ମଙ୍ଗଳ କରିବି । ହେଲେ ତୋତେ ବି ମୋର୍ ଗୋଟିଏ କଥା ରଖିବାକୁ ହେବ। ତୋର ପିଲାଙ୍କୁ କହିବୁ ସେମାନେ ବଡ କିମ୍ବା ଛୋଟ ଯାହା ବି ହୁଅନ୍ତୁ ଭଗବାନ ଙ୍କୁ ଛାଡ଼ି କିଛି ବି ଭାବିବେ ନାହି । ଆଉ ପ୍ରତ୍ୟେକ ଦିନ ଜଣେ ଗରୀବ ଲୋକ ଘରକୁ ଯାଇ ସେମାନଙ୍କ ଭଲ ମନ୍ଦ କଥା ବୁଝିବେ ଆଉ ଯାହା ପାରିବେ ସାହାଯ୍ୟ ବି କରିବେ। ସେମାନେ ଶିଖନ୍ତୁ \”ହରି,କେବେ ଖୁସି ନୁହଁନ୍ତି ଅନ୍ୟ କୁ ହରାଇ। ଅତଏବ ପୃଥିବୀ କେବଳ ଈଶ୍ବରଙ୍କ ଆଶୀର୍ବାଦ ଆଉ ପରି ଚାଳନା ରେ ଚାଲିଛି ।
ଜୟ ଜଗନ୍ନାଥ 🙏🙏।

Leave a Reply

Your email address will not be published. Required fields are marked *