Blog

ନିତି କଥା ….୪

ନିତି କଥା ….୪

ସୁରେଶ୍ କୁମାର ତ୍ରିପାଠୀ


ଶୁଭ ସନ୍ଧ୍ୟା।
କଥା ଟିଏ ଆଜି ମନେ ପଡ଼ିଛି । କ୍ରୋଧ କଣ ନିହାତି ଜୀବନ ଧାରା ଭିତରେ ଆବଶ୍ୟକ ??
ମୁଁ ବି ଅନେକ ସମୟରେ କ୍ରୋଧ ସମ୍ବରଣ କରି ପାରେ ନାହିଁ। ଆଗ ଅପେକ୍ଷା ଏବେ ମୁଁ ନିଜକୁ ଖୁବ୍ ନିୟନ୍ତ୍ରଣ କରିଛି । ଏଇଟା ମୋ ଜାଣିବାରେ ମୋର୍ ଗୋଟିଏ ଖରାପ ଗୁଣ । ମୋତେ ଲାଗୁଛି ଖୁବ୍ ଶୀଘ୍ର ମୁଁ ଏମିତି ନିନ୍ଦା କଥା ଭିତରୁ ବାହାରକୁ ଚାଲି ଯାଇ ଥିବି। ସ୍ଥିତ ପ୍ରଜ୍ଞ ମଣିଷ ଖୁବ୍ ଉଚ୍ଚ ସମ୍ମାନ ର ଅଧିକାରୀ । ମୁଁ ବି ସ୍ଥିତ ପ୍ରଜ୍ଞ ହେବାକୁ ଚେଷ୍ଟା କରିବି ।

\"\"

ଏହି ପ୍ରସଙ୍ଗରେ କଥାଟିଏ ଖୁବ୍ ଗୁରୁତ୍ଵ ପୂର୍ଣ୍ଣ। ଅନେକ ଦିନ ପୂର୍ବର କଥା। ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବରେ ଗଣା ଯାଇ ଥିଲା । ଏଥି ପାଇଁ ଯେଉଁ ବିନ୍ଧାଣୀ ମାନେ ଆଗରେ ଥିଲେ ସେମାନଙ୍କ ମଧ୍ୟରେ ମଧୁ ବାବୁ ଅନ୍ୟତମ । ମାତ୍ର ଓଡ଼ିଶା ସ୍ଵତନ୍ତ୍ର ଓଡ଼ିଶା ହେବା ପୂର୍ବରୁ ମଧୁବାବୁ ୧୯୩୪ ମସିହାରେ ଇହ ଲୀଳା ସମ୍ବରଣ କରି ଥିଲେ। ମଧୁ ବାବୁ ଙ୍କ ଦେହାବସାନ ସମୟରେ କବି ଚନ୍ଦ୍ର ଶେଖର ରଥ ଗୋଟିଏ କବିତା ଲେଖି ଥିଲେ । ତାହାର ନାମ \”ବାହୁଡ଼ା ବିଜୟ \”।

\"\"

ସେହି କବିତାରେ ମଧୁ ବାବୁଙ୍କୁ ସମ୍ବୋଧନ କରି କବି ଲେଖିଥିଲେ \”ପାବକ ତୁଷାର ରେ ତୋର ଗଠିତ ଜୀବନ\” । ଏହାର ଅର୍ଥ ମଧୁବାବୁ ଦରକାର୍ ବେଳେ ନିଆଁ (ପାବକ୍ )ଭଳି ହୋଇ ଯାଉ ଥିଲେ ଆଉ ଦରକାର୍ ବେଳେ ସେ ବରଫ (ତୁଷାର) ଭଳି ନରମ ହୋଇ ତରଳି ଯାଉ ଥିଲେ । ଏହି କବିତା ଆମକୁ ଏହି ନୀତି ଶିକ୍ଷା ଦିଏ କି ମଣିଷ ଭିତରେ ଏହି ଦୁଇଟି ଗୁଣ ରହିବା ଦରକାର। ଅର୍ଥାତ୍ ଦରକାର୍ ସମୟରେ ମଣିଷ ଖୁବ୍ ସରଳ ସହଜ ଆଉ ଦୟା ସୀଳ ହେବା ଦରକାର । ଆଉ ପୁଣି ଦରକାର୍ ବେଳେ ତାକୁ ଖୁବ୍ କଠିନ ଅର୍ଥାତ୍ ନିଆଁ ପରି ହେବା ବି ଦରକାର୍ । ବ୍ୟକ୍ତି ତ୍ଵ ଗଠନ ରେ ଦୁଇଟି ଯାକ ଗୁଣ ଜରୁରୀ । ତଥାପି ମୋ ମତରେ ମଣିଷ ସ୍ଥିତ ପ୍ରଜ୍ଞ ହେବା ଦରକାର । ଜୟ ଜଗନ୍ନାଥ। ଈଶ୍ୱର ସମସ୍ତଙ୍କୁ ସଦୟ ହୁଅନ୍ତୁ ।🙏🙏।

\"ନିତି

Leave a Reply

Your email address will not be published. Required fields are marked *