Blog

ନିତି କଥା …୩

ନିତି କଥା …୩

ସୁରେଶ୍ କୁମାର ତ୍ରିପାଠୀ


ଶୁଭ ସନ୍ଧ୍ୟା।
ମୋ ନିଜ କାହାଣୀ ଆଉ ଅଙ୍ଗେ ନିଭା କଥା ମୋତେ ବହୁତ୍ ସାହସ ଦେଇଛି ଜୀବନ ଗଢ଼ିବା ପାଇଁ। ମୁଁ ଜୀବନ ରେ ଶୂନ ରୁ ଆରମ୍ଭ କରିଛି । ମୋର୍ ଅନୁଭବ ଏତେ ସ୍ପଷ୍ଟ ଯେ ଈଶ୍ୱର ନ ଚାହିଁଲେ ଆମେ ଗୋଟିଏ ପାଦ ବି ଆଗକୁ ଯାଇ ପାରିବା ନାହି। ସେ ଆମର ରାସ୍ତା କୁ ଏପଟ ସେପଟ କରି ଦେବେ । କାରଣ ସେ ହିଁ ସ୍ଥିର କରିବେ ଆମେ କେଉଁ ରାସ୍ତାରେ ଯିବା । ଏଗୁଡ଼ିକ ସବୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ଏମିତି କଣ ପାଇଁ ହୁଏ ତାହା ବି ସମସ୍ତଙ୍କ ପାଇଁ ଏବେ ବି ଗୋପନୀୟ କରି ରଖି ଛନ୍ତି ଭଗବାନ। କଥାରେ ଅଛି ଯାହାକୁ କାନ ଦେଇଛନ୍ତି ତାକୁ ଈଶ୍ୱର ସୁନା ଦେଇ ନାହାନ୍ତି । ଆଉ ଯାହାକୁ ସୁନା ଦେଇ ଛନ୍ତି ତାକୁ କାନ ବି ଦେଇ ନାହାନ୍ତି । ଏହି ସବୁ ପରେ ବି ଗୋଟିଏ କଥା ଖୁବ୍ ସତ୍ୟ । ପରିଶ୍ରମ ଆଉ ନିଷ୍ଠା ମଣିଷ କୁ କେଉଁଠି କେଉଁଠି ପହଞ୍ଚାଇ ଦେବ ।


ସତ୍ୟ ଉପରେ ଅସତ୍ୟ ବେଶୀ ଦିନ ରାଜୁତି କରି ପାରିବ ନାହିଁ। ନିଜ କଥା ଆଜି ନୁହେଁ । ଆଉ ଦିନେ । ଆଜି ଆମେ ସମସ୍ତଙ୍କ ଗାଁ କଥା ଆଲୋଚନା କରିବା। କିଏ ଧନୀ ???

\"\"


ଅତି ସହଜ ଉତ୍ତର ଧନୀ କିଏ ଆଜି ପ୍ରମାଣ ହୋଇ ପାରିବ ନାହିଁ । ମଣିଷ ମରିଗଲା ପରେ ଶ୍ମଶାନ ରେ ଜୁଇ ଜଳିଁବା ବେଳେ କେଉଁ ମଣିଷ ପାଇଁ କେତେ ଗହଳି ହେଉଛି ଦେଖିବା। ଅର୍ଥାତ୍ ଯାହା ର ମୃତ୍ୟୁରେ ଯେତେ ଅଧିକ ଲୋକ ଦୁଃଖ ପ୍ରକାଶ କଲେ ଆଉ ଶ୍ମଶାନ କୁ ଧାଇଁ ଧାଇଁ ଗଲେ ଏହି କଥା ହିଁ ପ୍ରମାଣ କରିବ ସେ ହିଁ ସେତିକି ଧନୀ। ଧନ ଦୌଲତ ଘର ସୁନା ଅଳଙ୍କାର ଡିଗ୍ରୀ ଏଗୁଡ଼ିକ କଥା କହିବ ନାହି । କଥା କହିବ ଆମେ କେତେ ଲୋକଙ୍କ ପ୍ରିୟଜନ ହୋଇ ପା ରି ଛେ ଆଉ କେତେ ଲୋକଙ୍କ ହୃଦୟ ଜିତି ପାରିଚ୍ଛେ। ଅତଏବ ପ୍ରତି ଦିନ ଅଧିକ ରୁ ଅଧିକ ମଣିଷଙ୍କ ହୃଦୟ ଜିତିବା ପାଇଁ ଈଶ୍ୱର ଆମକୁ ବଳ ସାହାସ ଆଉ ଆଶୀର୍ବାଦ ଦିଅନ୍ତୁ।

ଜୟ ଜଗନ୍ନାଥ।🙏🙏🙏।

\"\"

Leave a Reply

Your email address will not be published. Required fields are marked *