Blog

ନୀତି କଥା …୧

ନୀତି କଥା …୧


ନୀତି କଥା …୧

ସୁରେଶ୍ କୁମାର ତ୍ରିପାଠୀ

ଶୁଭ ସନ୍ଧ୍ୟା…. ହୃଦୟ ଚିହ୍ନିବା ମଣିଷର ଗୁଣାବଳୀ ଭିତରୁ ଅନ୍ୟତମ ଗୁଣ ଟିଏ। ହୃଦୟ ଚିହ୍ନିବା କଥା ଟି କଣ। ଆମେ ଯେତେ ବେଳେ ଯାହା ବି କରି ଚାଲି ଅଛେ ସେତେ ବେଳେ ଆମ ସମ୍ମୁଖ ରେ ଥିବା ମଣିଷ କିଭଳି ଅବସ୍ଥାରେ ଅଛି ବୁଝିବା ଦରକାର୍। ଇଂରାଜୀ ରେ ଗୋଟିଏ କଥା ଅଛି । I realised signs of the rinkles of face of my parents among the old men and women of the village or community ..
ଓଡ଼ିଆରେ ଏହାର ସାର ମର୍ମ ହେଲା ମୋ ଘରେ ଥିବା ବୃଦ୍ଧ ବାପା ମାଙ୍କ ମୁଁହ ର ଲୋଚା ଚର୍ମର ଚିହ୍ନ ସବୁ ମୁଁ କାମ କରୁ ଥିବା ଲୋକଙ୍କ ମୁଁହ କୁ ଦେଖି ଅନୁଭବ କଲି। ଆହୁରି ସ୍ପଷ୍ଟ କହିବାକୁ ଗଲେ ଏହି କଥାର ସାର୍ ଗର୍ଭକ ଉତ୍ତର ହେଲା ଗାଁ ଗହଳି ର ଗରିବ ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ଭିତରେ ମୁ ମୋ ବାପା ମାଁ ଙ୍କୁ ଅନୁଭବ କରି ପାରିଲି । ଅର୍ଥାତ୍ ସେହି ଲୋକ ମାନେ ମୋ ବାପା ମା ଙ୍କ ଭଳି ଏବଂ ମୋର୍ ଗୁରୁଜନ ସଦୃଶ। ସେମାନଙ୍କ ପ୍ରତି ମୋର୍ ଯଥେଷ୍ଟ କର୍ତ୍ତବ୍ୟ ରହିଛି । ମୁଁ ତାଙ୍କର ବିକାଶ ପାଇଁ ନିଶ୍ଚୟ କାମ କରିବି। ଏହି ବିଷୟ କୁ ଯିଏ ମନ୍ ଭିତରେ ଆଣିବ ସେ କେବେ ତାର କାମ ରେ ଅବହେଳା କରି ପାରିବ ନାହିଁ । ଗରିବ ଚାଷୀ କିମ୍ବା ସାଧାରଣ ମଣିଷ ଟିଏ କେମିତି ଲାଭ ବାନ ହେବ ସେହି କଥାରୁ ସେ କେବେ ବିରତ ହୋଇ ପାରିବ ନାହିଁ । ଏହି କଥା ହିଁ ଜୀବନ ଆଦର୍ଶର ମୂଳ କଥା । ମୁଁ ବ୍ୟକ୍ତିଗତ ଭାବରେ ଏମିତି ଅନୁଭବ କରିବା ପାଇଁ ନିଜକୁ ସଜାଡି ଥାଏ । ଆଉ ଈଶ୍ବରଙ୍କ ପାଖରେ ଗୁହାରି କରେ ପ୍ରଭୁ ମୋତେ ଏମିତି ଭାବନାର ସହିତ ବଞ୍ଚିବାକୁ ଦିଅ। ଆପଣ ମାନଙ୍କ ପାଇଁ ଈଶ୍ୱର ଙ୍କ ଦ୍ଵାରା ସବୁ ବେଳେ ଖୋଲା ଅଛି । ପ୍ରତି ଦିନ ଗୋଟିଏ ଗରିବ ଲୋକ କଥା ବୁଝ ଚିନ୍ତକର ଆଉ ଡାଏରୀ ରେ ସେହି ଲୋକର ନାମ ଲେଖ । ତାଙ୍କ ସହିତ ସମ୍ପର୍କ ବଢେଇ ଚାଲ ଦେଖିବ ଆପଣ ମାନେ ନିହାତି ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରିବେ।ଏହା ହିଁ ହୃଦୟ ଚିହ୍ନିବା ର ନମୁନା । ଜୟ ଜଗନ୍ନାଥ। 🙏🙏।

\"\"

Leave a Reply

Your email address will not be published. Required fields are marked *