Blog

ନିତି କଥା….୨

ନିତି କଥା….୨

ସୁରେଶ୍ କୁମାର ତ୍ରିପାଠୀ


ଶୁଭ ସନ୍ଧ୍ୟା ।
ରାତି ପାହିବା ପୂର୍ବରୁ ପ୍ରତ୍ୟୁଷ ଆସି ଥାଏ। ପ୍ରକୃତି ଶାନ୍ତ ଥାଏ। ବାୟୁ ମଣ୍ଡଳ ଖୁବ୍ ସକାରାତ୍ମକ ଗତିରେ ଚାଲୁ ଥାଏ। ସୁର୍ଯ୍ୟ ଦେବ ତାଙ୍କର କିରଣ ରେ ତରଙ୍ଗାୟିତ କରିବା ବେଳକୁ ପକ୍ଷୀ କୂଳ ତାଙ୍କର କିଚିରୀ ମିଚୀରି ଶବ୍ଦ ରେ କୋଳାହଳ ମୁହୂର୍ତ୍ତ ସୃଷ୍ଟି କରନ୍ତି। ସୃଷ୍ଟି ଆମକୁ କେତେ କଣ ଯୋଗେଇ ଦେଇଛି । ପ୍ରକୃତି ର ଗତି ସଦା ସର୍ବଦା ଜୀବ ଜଗତ ପାଇଁ ରକ୍ଷା କବଚ ସାଜିଛି ।

\"\"

ମାତ୍ର ଆଜି କାଲି ମଣିଷ ଯେଉଁ ଅପକର୍ମ କରୁଛି ଯଥା ଜଙ୍ଗଲ ଧ୍ବଂସ , ମିଶାଇଲ ପରୀକ୍ଷଣ , କୀଟ ନାଶକ ଔଷଧ ଆଉ ରାସାୟନିକ ସାର ବ୍ୟବହାର , ବହୁ ମାତ୍ରାରେ ଯାନ ବାହାନ ବ୍ୟବହାର , କୋଇଲା ଇତ୍ୟାଦି ର ଖନନ ଇତ୍ୟାଦି ପାଇଁ ପ୍ରକୃତି ଉଗ୍ର ରୂପ ନେଉଛି । କ୍ରମାଗତ ଭାବରେ ସପ୍ତାହେ ଧରି ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ଶତାଧିକ ଲୋକଙ୍କ ପ୍ରାଣ ନେଇ ଚାଲିଛି । ମୁଁ ଭାବୁଛି ଆମେ ଏହି କ୍ରମରେ କିଛି କାର୍ଯ୍ୟ କରିବା । ଆଗାମୀ ସେପ୍ଟେମ୍ବର ମାସରୁ ଆମେ ଗୋଟିଏ ଚିଠା ପ୍ରସ୍ତୁତ କରିବା ଯେଉଁ ଥିରେ ଆମେ କାମ କରୁ ଥିବା ବାର ଜିଲ୍ଲାରେ ଆମ ସହଯୋଗ ରେ କେତେ ଜଣ ଚାଷୀ କେତେ ପରିମାଣ ଜମିରେ ଜୈବ ସାର୍ ବ୍ୟବହାର କରି ଚାଷ କରୁ ଛନ୍ତି ତାହାର ଗୋଟିଏ ତାଲିକା ପ୍ରସ୍ତୁତ କରିବା । ସମସ୍ତେ ସପ୍ତାହକୁ ଅତି କମରେ ଜଣେ ଚାଷୀର ନାମ ଦେବେ ବା ତାଙ୍କୁ ଏହି ବ୍ୟବସ୍ଥାରେ ସାମିଲ କରାଇବେ ଅର୍ଥାତ୍ ଆମେ ପାଖାପାଖି ୫୦ ରୁ ୬୦ ଚାଷୀ ଙ୍କ ତାଲିକା ପାଇଯିବା। ବର୍ଷକ ଭିତରେ ଆମେ ୩୦୦୦ ପର୍ଯ୍ୟନ୍ତ ଚାଷୀଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ରାସାୟନିକ ସାର ଔଷଧ ବ୍ୟବହାର ରୁ ବିଚ୍ୟୁତ କରି ଜୈବ ସାର ଓ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ପୋକ ମରା ଔଷଧ ବ୍ୟବ ହାର ପାଇଁ ଉତ୍ସାହିତ କରିବା। ମୋର୍ ଆଶା ସମସ୍ତେ ଏହି କଥା କୁ ବୁଝିବେ ଆଉ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବେ । ଜୟ ଜଗନ୍ନାଥ। 🙏🙏🙏।

Leave a Reply

Your email address will not be published. Required fields are marked *