ନିତି କଥା ….୧୧
ନିତି କଥା ….୧୧
ସୁରେଶ୍ କୁମାର ତ୍ରିପାଠୀ
ଶୁଭ ସନ୍ଧ୍ୟା।
ଆଜି ଅଗ୍ର ପୂଜ୍ୟଙ୍କ ପୁଣ୍ୟ ତିଥି । ଗାଁ ରୁ ସହର ଉତ୍ସବ ମୁଖର। ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଜନ୍ମ ବୃତ୍ତାନ୍ତ ଖୁବ୍ ଆଶ୍ଚର୍ୟ୍ଯ ଜନକ।
ବିଶୃଙ୍ଖଳିତ ପରିବେଶ ଅନେକ ସମୟରେ ପୂଜା ପାର୍ବଣ କୁ ଛୋଟ କରି ଦିଏ। ଅତଏବ ସମସ୍ତେ ଶୃଙ୍ଖଳା ଭିତରକୁ ଯିବା ନିହାତି ଦରକାର୍।ପୂଜା ସହିତ ଭକ୍ତି ଯୋଡ଼ି ହେବା ଦରକାର୍ ।ଅହଙ୍କାର ଆଉ ମଉଜ ମଜଳିସ ନୁହେଁ। ପୂଜା ମଣ୍ଡପ ସଂଖ୍ୟା ବଢେ, ଭକ୍ତଙ୍କ ସଂଖ୍ୟା ଅଗଣିତ ମାତ୍ର ମାନବିକତା କମି ଯାଏ । ଭକ୍ତି ଈଶ୍ବରଙ୍କ ଶକ୍ତି ପରି କାମ କରେ ହେଲେ ବର୍ତ୍ତମାନ ର ପୂଜା ରେ ଭକ୍ତି କମ । ସମସ୍ତେ କୋଉଠି କୋଉଠି ନିଜ ସୂଚୀ ରେ ବ୍ୟସ୍ତ । ପ୍ରଭୁ ଗଜାନନ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ । ସମସ୍ତଙ୍କର ମଙ୍ଗଳ ହେଉ । ଜୟ ଶ୍ରୀ ଜଗନ୍ନାଥ।🙏🙏🙏।