Blog

ନିତି କଥା …୧୦

ନିତି କଥା …୧୦

ସୁରେଶ୍ କୁମାର ତ୍ରିପାଠୀ


ଶୁଭ ସନ୍ଧ୍ୟା।
ଦିନେ ମନକୁ ପ୍ରଶ୍ନ ଆସିଲା ଯେ ତିନୋଟି ଶବ୍ଦ କୁ ମୁଁ କେମିତି ଅଲଗା ଅଲଗା ଭାବରେ ଦେଖିବି । ଶବ୍ଦ ତିନୋଟି ହେଲା ସ୍ନେହ , ଶ୍ରଦ୍ଧା , ଭଲପାଇବା।
ପ୍ରଥମେ ସ୍ନେହ ଶବ୍ଦ ଉପରେ ଆଲୋଚନା କରିବା । କୌଣସି ବ୍ୟକ୍ତି କିମ୍ବା ଶିଶୁ କୁ ବିନା ଦ୍ଵିଗ୍ଧା ରେ ତାର ନିକଟତର ହୋଇ ତାକୁ ଆପଣାଇ ନେଲେ ତା ପ୍ରତି ଥିବା ସ୍ନେହ ଆମର ଉପଲବ୍ଧି କରି ହେବ।
କାହା ପ୍ରତି ସଦୟ ହେବା ମଧ୍ୟ ସ୍ନେହ ରେ ବାନ୍ଧି ହୋଇଯିବା ।

ଦ୍ଵିତୀୟ ଶବ୍ଦ ହେଲା ଶ୍ରଦ୍ଧା । ବିନା ଶ୍ରଦ୍ଧାରେ କୌଣସି ମଣିଷ ଆଉ କାହାର ବି ନିକଟ ତର ହୋଇ ପାରିବ ନାହି।ଯେଉଁ ଶକ୍ତି ଜଣେ ମଣିଷ କୁ ଅନ୍ୟ ମଣିଷ ସହିତ ଘନିଷ୍ଠ କରିବା ପାଇଁ ସହଯୋଗ କରେ ତାକୁ ଶ୍ରଦ୍ଧା କୁହାଯାଏ। ବିନା ଶ୍ରଦ୍ଧା ରେ କେହି ନିଜର ବନ୍ଧୁ ବା ଆପଣାର ହୋଇ ପାରିବେ ନାହି।

ତୃତୀୟ ଶବ୍ଦ ଟି ହେଲା ଭଲ ପାଇବା। ଭଲପାଇବା ସୃଷ୍ଟିର ଗୋଟିଏ ଅନନ୍ୟ ପ୍ରକ୍ରିୟା। ଯାହାର ଜୀବନ ଅଛି ସେ କେଉଁଠି ନା କେଉଁଠି କାହା ର ଭଲପାଇବା କୁ ପାଥେୟ କରି ଆଗକୁ ଯାଇଛି। ଭଲପାଇବା ଜଣେ ମଣିଷ କୁ ଅନ୍ୟ ଜଣେ ମଣିଷ ସହିତ କିମ୍ବା ମଣିଷ ସମୁଦାୟ ସହିତ ଯୋଡ଼ି ଦେଇ ପାରେ। ଭଲ ପାଇବା ଖୁବ୍ ଶସ୍ରଦ୍ଧ, ପବିତ୍ର , ଅମୃତ , ଚିରନ୍ତନ , ଶାଶ୍ଵତ ଆଉ ସମୃଦ୍ଧ ବି। ଏହାର ଗତି ସମସ୍ତ ସମ୍ଭାବନା କୁ ଏଡେ଼ଇ ଦେଇ ଦୁଇଟି ଅନ୍ତର ଆତ୍ମା ର ସ୍ଵର କୁ ଗୋଟିଏ କରି ଦିଏ।
ଜୟ ଜଗନ୍ନାଥ। 🙏🙏

Leave a Reply

Your email address will not be published. Required fields are marked *