Blog

ଆଜି ବିଶ୍ବ ମୃତ୍ତିକା ଦିବସ

ଆଜି ବିଶ୍ବ ମୃତ୍ତିକା ଦିବସ

ଏବର୍ଷ ପାଇଁ ପ୍ରସଙ୍ଗ ରହିଛି ମୃତ୍ତିକାର କଳନା , ପର୍ଯ୍ୟବେକ୍ଷଣ ଓ ପରିଚାଳନା l

ମୃତ୍ତିକା ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା, କାରଣ ଆମର ସମସ୍ତ ଖାଦ୍ୟ ମୃତ୍ତିକା ଦ୍ଵାରା ପରିଚାଳିତ l

ମୃତ୍ତିକା ମଧ୍ୟରେ ଥିବା କୋଟି କୋଟି ଅଣୁଜୀବ ଜୈବିକ ଅବଶେଷକୁ ସଢାଇ ଜୈବିକ ବସ୍ତୁ ଓ ହ୍ୟୁମସ ଗଠନ କରେ l

ମୃତ୍ତିକା ମଧ୍ୟରେ ବହୁ ପ୍ରାକୃତିକ ପୋଷକ ଚକ୍ର ଅହରହ ଚାଲେ l ଉଦ୍ଭିଦ ମାଟିରୁ ଜଳ ଓ ପୋଷକ ଗ୍ରହଣ କରି ଖାଦ୍ୟ ଉତ୍ପାଦନ କରେ ଯାହାକୁ ପ୍ରାଣୀ ଜଗତ ଭକ୍ଷଣ କରନ୍ତି l

ମାଟି ସୁସ୍ଥ ରହିଲେ ଫସଲରେ ରୋଗ ପୋକ ଆକ୍ରମଣ କରେନା l

ମୃତ୍ତିକା ମଧ୍ୟରେ କୋଟି କୋଟି ବ୍ୟାକ୍ଟେରିଆ, କବକ, ମାଇକୋରାଇଜା, ଜିଆ,ଅଷ୍ଟପଦୀ,

ସରୀସୃପ ଓ ସ୍ତନ୍ୟପାୟୀ ଇତ୍ୟାଦି ରହି ମୃତ୍ତିକା ଜୈବ ବିବିଧତା ଗଠନ କରନ୍ତି l

ସେମାନେ ଖାଦ୍ୟ ଜାଲକ ମଧ୍ୟରେ ପରସ୍ପର ନିର୍ଭରଶୀଳl

ଏକ ଇଞ୍ଚ ମାଟି ଗଠନ ପାଇଁ 1000 ବର୍ଷ ଲାଗେ l କିନ୍ତୁ ଗୋଟିଏ ହେକଟର ଜମିରୁ ବର୍ଷକୁ 21 ଟନ୍ ମାଟି କ୍ଷୟ ହୋଇଯାଏ l ଆମ ଦେଶରେ 329 ନିୟୁତ ହେକଟର ଚାଷ ଜମିରୁ ପ୍ରାୟ 145 ନିୟୁତ ହେକଟର ଅବକ୍ଷୟ ହୋଇଗଲାଣି l

ଏଣୁ ମାଟିର ସୁରକ୍ଷା ନହେଲେ ଆମେ ଅସୁରକ୍ଷିତ ରହିବା l

ମୃତ୍ତିକା ଏକ ଜୀବନ୍ତ ପଦାର୍ଥ l ଏହା ମଧ୍ୟରେ ଆବଶ୍ୟକ ଅମ୍ଳଜାନ, ଜୈବିକ ପଦାର୍ଥ , ଜଳ ଓ ଉତ୍ତାପ ରହିବା ଆବଶ୍ୟକ l

ଏଣୁ ମୃତ୍ତିକାର ସୁପରିଚାଳନା ନିମନ୍ତେ ଫସଲ ପର୍ଯ୍ୟାୟ, ଆବରଣ ଫସଲ, ଫସଲ ବିବିଧତା ,ସର୍ବନିମ୍ନ କର୍ଷଣ, ଛାଦିକରଣ, ଜଳ ସୁପରିଚାଳନା, ଜୈବିକ ଖତ ପ୍ରୟୋଗ, ପ୍ରାଣୀ ପାଳନ, ବୃକ୍ଷ ରୋପଣ କରିବା ସହିତ ରାସାୟନିକ ବିଷ ଠାରୁ ଦୁରେଇ ରହିବା ଆବଶ୍ୟକl

ଯେଉଁ ଗୁଡିକ ବନ୍ଦ ହେବା ଆବଶ୍ୟକ ସେଗୁଡିକ ହେଲା ମୃତ୍ତିକା କ୍ଷୟ,ବୃକ୍ଷ ଛେଦନ , ଭାରି ଯନ୍ତ୍ରପାତି ବ୍ୟବହାର, ଅଧିକ କର୍ଷଣ , ଅଧିକ ଜଳସେଚନ ଓ ରାସାୟନିକ ବିଷ ପ୍ରୟୋଗ l

ଆସନ୍ତୁ ଧ୍ୟାନ ଦେବା… ଅନୁଭବ ଯାହା କରୁଛେ ତାକୁ କାର୍ଯ୍ୟକାରୀ କରିବା ନିଜ ଜମିରେ।

\"\"

Leave a Reply

Your email address will not be published. Required fields are marked *