Blog

ମୁଢ଼ି ମିଲ ର ଶୁଭ ଉଦଘାଟନ

ଆଜି ସବୁଜ ଜାମଦା କୃଷକ ସଂଗଠନ, ମୟୂରଭଞ୍ଜ ଠାରେ ଗୋଟିଏ ମୁଢ଼ି ତିଆରି ମିଲ ର ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ନାବାଡ଼ର୍ DDM ମୟୂରଭଞ୍ଜ ସାର ଓ ନିଗମ NGO ର ସମ୍ପାଦକ ସୁରେଶ୍ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।

\"\"
\"\"
\"\"
\"\"
\"\"

ତିନି ବର୍ଷ ମୟୂରଭଞ୍ଜ ଆସିବା ଭିତରେ ଆଜି କିଛି ବଳକା ସମୟ ରେ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଘର ଦେଖିବା ପାଇଁ ମୁଁ ନବ ସାର୍ , ଶିବ ବାବୁ, ଏବଂ ପବିତ୍ର ବାବୁ ଯାଇ ଥିଲୁ। ତାଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବିଦ୍ୟାଳୟ ଏବଂ ତାଙ୍କ ଶାଶୁ ଘର ଦେଖିଲୁ। ଦୁର୍ଭାଗ୍ୟ କେମିତି ମଣିଷ କୁ ଛାଡି ନ ଥାଏ । 2010 ମସିହାରେ ତାଙ୍କର ଗୋଟିଏ ପୁଅ 2013 ମସିହାରେ ତାଙ୍କର ଦ୍ଵିତୀୟ ପୁଅ ଏବଂ 2014 ମସିହାରେ ସେ ନିଜ ସ୍ବାମୀଙ୍କୁ ହରାଇ ଥିଲେ।କିଛି ସମୟ ଏହି କଥା ଗ୍ରାମ ବାସୀଙ୍କ ଠାରୁ ଶୁଣି ଆମେ ଭାବୁକ ହୋଇ ଗଲୁ। ତା ପରେ ସେ ରାଜ୍ୟପାଳ ହେଲେ । ପରେ ପରେ ସେ ରାଷ୍ଟ୍ରପତି ହେଲେ। ଭାଙ୍ଗି ଯାଇଥିବା ମନକୁ ଏକତ୍ରିତ କରି ସଂଘର୍ଷ ସେ ଜାରି ରଖିଥିଲେ। ଭାଗ୍ୟ ତାଙ୍କୁ ସାଥ ଦେଲା ଏବଂ ଈଶ୍ୱର ଙ୍କ ଆଶୀର୍ବାଦ ପ୍ରାପ୍ତି ହେଲେ । ଜୀବନ ଏମିତି । ସମସ୍ତେ ଜୀବନରୁ ଅହଙ୍କାର ଛାଡ଼ିବା ଦରକାର୍। ସରଳ ନିଷ୍କପଟ ଜୀବନଶୈଳୀ କେବଳ ଜୀବନ କୁ ଶାନ୍ତି ଦେଇ ପାରିବ । ପାହାଡ ପୂର୍ ଗ୍ରାମରୁ ଦିଲ୍ଲୀ ସ୍ଥିତ ରାଇସିନା ହିଲର ରାଷ୍ଟ୍ରପତି ଭବନ ରେ ସେ ପହଞ୍ଚିବା ଆମ ସମସ୍ତଙ୍କ ପାଇଁ ଖୁବ୍ ଗୌରବ ର କଥା। ଜୟ ଜଗନ୍ନାଥ।

\"\"
\"\"
\"\"

Leave a Reply

Your email address will not be published. Required fields are marked *