Blog

ନିତି କଥା …୧୨

ନିତି କଥା …୧୨

ସୁରେଶ୍ କୁମାର ତ୍ରିପାଠୀ,

ଲଢେଇ କେଉଁଠି ହୁଏ । ଉତ୍ତର ବହୁତ୍ ସ୍ପଷ୍ଟ । ଯେଉଁଠି ତିବ୍ର ଶତ୍ରୁତା ଥାଏ ସେଠାରେ ଲଢେଇ ଉଗ୍ର ରୂପ ନିଏ ଯାହାକି ଆଗାମୀ ଦିନରେ ହିଂସାତ୍ମକ ରୂପ ରେ ପରିଣତ ହୁଏ। ମାତ୍ର ଯେଉଁଠି ଦୁଇ ଜଣଙ୍କ ଭିତରେ ଭଲପାଇବା ଶ୍ରଦ୍ଧା ଆଉ ପରସ୍ପରକୁ ହରାଇବାର ଭୟ ଥାଏ ସେଠାରେ ହାଲକା ଲଢେଇ ହୁଏ। କଥା କଟା କଟି ବି ଚାଲେ। ମୁଁହ ଉପରେ ଅନେକ କଥା କହିଲେ ବି ଅନ୍ତରାତ୍ମା ଭିତରେ ପରସ୍ପର ପ୍ରତି ଶ୍ରଦ୍ଧା ସମ୍ମାନ ପୂର୍ବ ଭଳି ଉଜ୍ଜୀବିତ ଥାଏ। ମୁଁହ ଉପରେ ବହୁତ୍ ଉଚ୍ଚ ବାଚ୍ ହୁଏ ମାତ୍ର ନିରୋଲାରେ ମନ୍ ଭିତରେ ଗୋଟିଏ ଉନ୍ମାଦନା ସୃଷ୍ଟି ହୁଏ। ଯେମିତି କିଏ ଭାବେ ମୋର୍ କଥା ତାକୁ କଷ୍ଟ ଦେଇନି ତ?? ଏହି ହାଲକା ଲଢେଇ ଭିତରେ ବୁଝାବନା ନିଶ୍ଚିତ ରହିବା ଦରକାର୍।

ଜୀବନ ର ରାସ୍ତା ଗୋଟିଏ ଲମ୍ବା ଯାତ୍ରା ଭଳି । ଅନେକ କଥା ଶିଖିବାକୁ ଥାଏ । ମଥା ନଇଁ ଅନେକ ଜାଗାରେ ଯିବାକୁ ପଡ଼େ । ବିପଦ ଆସିବା ବେଳେ ନଇଁ ନ ପଡ଼ିଲେ ମଣିଷ ହରିଯାଏ। ଏହି ନଇଁ ପଡ଼ିବା ହେଉଛି ବିଜୟର ପୂର୍ବ ଆଭାସ। ଆପୋଷ କଥା ବାର୍ତ୍ତା , ନିଜ ଭୁଲ କୁ ସ୍ଵୀକାର କରିବା ଆଉ ସଂଶୋଧନ କରିବାର ପ୍ରକ୍ରିୟା ଜୀବନ କୁ ଶୃଙ୍ଖଳିତ କରିଥାଏ। କାମ କମ ହେଉ କି ଭଲ ହେଉ ମଣିଷ ହୃଦୟ ଥିବା ହେବା ଦରକାର୍ ଅର୍ଥାତ୍ ଅନ୍ୟର ହୃଦୟ କୁ ବୁଝିବା ଦରକାର୍ ।

ସେମିତି ହେଲେ ଈଶ୍ବରଙ୍କ ଆଶୀର୍ବାଦ ସହିତ ମଣିଷ ଆଗକୁ ଯାଇ ପାରିବ । ଜିଦି ଗ୍ରହଣୀୟ ନୁହେଁ। ସମ୍ପର୍କ ଆଉ ହୃଦୟ ଜିତିବା ହେଉଛି ଅମୂଲ୍ୟ ଜୀବନର ପ୍ରତି ଛବି । ଜୟ ଜଗନ୍ନାଥ। 🙏🙏🙏।

\"\"

Leave a Reply

Your email address will not be published. Required fields are marked *