Blog

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଜୟ ଜଗନ୍ନାଥ
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।

ପୁର ପଲ୍ଲୀ ଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ସବୁ କିଛି ଚଳଚଞ୍ଚଳ । ପରିବାର ରେ ଜ୍ୟେଷ୍ଠ ମାନଙ୍କ ପାଇଁ ଏହି ଦିନ ଗୋଟିଏ ସମ୍ମାନ ଆଣି ଦେଇ ଥାଏ । ଶ୍ରୀମନ୍ଦିର ରୁ ବାହାରି ମହାପ୍ରଭୁ ଆଜି ସ୍ନାନ ବେଦିରେ ଅବସ୍ଥାନ କରନ୍ତି । ରଥ ଯାତ୍ରା ଭଳି ମହାପର୍ବର ଆୟାରମ୍ଭ ତ ହୋଇସାରି ଥାଏ ତଥାପି ଆଜି ଦିନ ଠାରୁ ଏହି ପର୍ବ ପାଇଁ ଆଉ ଏକ ଉତ୍କଣ୍ଠା ଆରମ୍ଭ ହୁଏ। ଆଜି ନେମାଳ ଠାରେ ପ୍ରଭୁ ଅଚ୍ୟୁତାନନ୍ଦ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ପାଳନ ହୁଏ। କୁହାଯାଏ ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଗୋଟିଏ ଦିନ ପାଇଁ ପୁରୀ ରୁ ନେମାଳ ଆସନ୍ତି । ଅର୍ଥାତ୍ ନେମାଳ ରେ ବଟ ଠାକୁରଙ୍କୁ ଦର୍ଶନ ମହାପ୍ରଭୁଙ୍କ ଦର୍ଶନ ସହିତ ସମାନ।
ଏହି ପବିତ୍ର ଦିନ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ।

ଜୟ ଜଗନ୍ନାଥ 🙏🙏🙏।

\"\"

Leave a Reply

Your email address will not be published. Required fields are marked *